You are currently viewing ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଦର?

ଜାଣନ୍ତୁ, ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଦର?

ଭୁବନେଶ୍ୱର (ଏଏନ୍ଏସ୍): ପେଟ୍ରୋଲ ଏବଂ ଡିଜେଲର ଦର ପ୍ରତ୍ୟକ ଦିନ ପରିବର୍ତ୍ତନ ହୋଇଥାଏ । ତେଣୁ ଗାଡି ଟାଙ୍କି ପୂର୍ଣ୍ଣ କରିବା ପୁର୍ବରୁ ଜାଣି ରଖନ୍ତୁ ପ୍ରତ୍ୟେକ ଦିନ କେତେ ଅଛି ଦର । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୧ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି । ସେହିପରି ଦେଶର ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୨୭ ପଇସା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ଟଙ୍କା ୨୪ ପଇସା ରହିଛି । କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବା ବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।