You are currently viewing ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ପୁରୀ-୦୨.୦୮.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ତେବେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କର ବିଶ୍ଵପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର । କରୋନା ସଂକ୍ରମଣ ବଢିବା ପରେ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । ତେବେ ଅନଲାଇନରେ ଟିକେଟ ବ୍ୟବସ୍ଥା ଉପଲବ୍ଧ ହେବ। ଦୈନିକ ୨ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ। କରୋନା କଟକଣା ମାନି ଭିତରେ ବୁଲିପାରିବେ ପର୍ଯ୍ୟଟକ । ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ ଓ ହସ୍ତଶିଳ୍ପ ବ୍ୟବସାୟୀମାନଙ୍କୁ ଏପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।