You are currently viewing କୋଟିଆ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ପ୍ରଶ୍ନ କଲେ କୁସୁମ ଟେଟେ

କୋଟିଆ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ପ୍ରଶ୍ନ କଲେ କୁସୁମ ଟେଟେ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୩.୨.୨୩) :   କୋଟିଆରେ ବାରମ୍ବାର ଆନ୍ଧ୍ରର ଅନୁପ୍ରବେଶକୁ ନେଇ ଖବର ସାମ୍ନାକୁ ଆସୁଛି । ଏପରିକି ଆନ୍ଧ୍ର ଅଧିକାରୀ ମଧ୍ୟ ଆସି ଓଡ଼ିଶାରେ ଡେରା ପକାଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ । ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନରେ କିଛି ଏଭଳି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବିଧାନସଭାର ବଜେଟ ଅଧିବେଶନରେ କୁସୁମ ଜାଣିବାକୁ ଚାହିଁଥିଲେ ଯେ, କୋଟିଆରେ ୨୦୨୧ରେ ଆନ୍ଧ୍ର ଅଧିକାରୀ କେତେ ଥର ଅନୁପ୍ରବେଶ କରିଛନ୍ତି । କୋଟିଆରେ ଆନ୍ଧ୍ର ଅଧିକାରୀ ଭତ୍ତା ଓ ରାସନ ବଣ୍ଟନ କରିବା ସହ ରାସ୍ତା ନିର୍ମାଣ କରୁଥିବାର ଖବର ସରକାରଙ୍କ ନଜରକୁ ଆସିଛି । ଯଦି ଆସିଛି ତେବେ ସରକାରଙ୍କ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୨୦୨୧ରେ କୋଟିଆରେ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିବା ସହ ଏଠାରେ ରାସନ ଓ ଭତ୍ତା ବାଣ୍ଟୁଥିବାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ । ସେହିଭଳି ଆନ୍ଧ୍ର ତରଫରୁ ଏଠାରେ ରାସ୍ତା ନିର୍ମାଣ ହୋଇନାହିଁ । ସେଭଳି କୌଣସି କାର୍ଯ୍ୟକଳାପ ଦୃଷ୍ଟିଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ପ୍ରମିଳା ।

ଅନ୍ୟମାନଙ୍କୁ ଜଣାନ୍ତୁ।