You are currently viewing ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି

ଲତା ମଙ୍ଗେସକରଙ୍କ ଆଜି ପ୍ରଥମ ପୂଣ୍ୟତିଥି

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୬/୦୨, ଆଜି ଭାରତର କୋକିଳାକଣ୍ଠୀ ଲତା ମଙ୍ଗେସକରଙ୍କର ପ୍ରଥମ ପୁଣ୍ୟ ତିଥି । ଗତବର୍ଷ ଆଜିର ଦିନରେ ଲତାଙ୍କ ୯୨ ବର୍ଷ ବୟସରେ ନିଧନ ହୋଇଥିଲା । ନିଜ ଜୀବନ କାଳରେ ୩୬ ଭାଷାରେ ୫୦ହଜାରରୁ ଅଧିକ ଗୀତ ଗାଇଛନ୍ତି ଲତା । ୮ ଦଶନ୍ଧି ଧରି ପ୍ଲେ ବ୍ୟାକ୍‌ ସିଙ୍ଗର ଲତାଙ୍କ ଲୋକପ୍ରିୟ ଗୀତରେ ଝୁମିଛନ୍ତି ଶ୍ରୋତା । ଆଜି ଲତାଙ୍କ ପ୍ରଥମ ପୂଣ୍ୟତିଥି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୬ ଫୁଟର ବାଲୁକା କଳା ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

ଅନ୍ୟମାନଙ୍କୁ ଜଣାନ୍ତୁ।