You are currently viewing ବଢିଲା ଲର୍ଣ୍ଣର ଲାଇସେନ୍ସ ଅବଧି

ବଢିଲା ଲର୍ଣ୍ଣର ଲାଇସେନ୍ସ ଅବଧି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଗାଡିଚାଳକଙ୍କ ପାଇଁ ଖୁୂସି ଖବର । ଲର୍ଣ୍ଣର ଲାଇସେନ୍ସ ବୈଧତା ଅବଧି ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଏହି ଅବଧିକୁ ଜୁନ ମାସ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । କୋଭିଡକୁ ଦୃଷ୍ଟିରେ ରଖି  ଏଭଳି ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଏହି ଅବଧିକୁ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଥିଲା । ଆଉ ଏବେ ଜୁନ ୩୦ ତାରିଖ ଯାଏ ବୃଦ୍ଧି ହୋଇଛି । ଏହାଦ୍ୱାରା ଗାଡି ଚାଳକଙ୍କୁ ଲାଇସେନ୍ସ ଆବେଦନ କରିବା ପାଇଁ ଆଉ କିଛି ସମୟ ମିଳିପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।