You are currently viewing ଆଲୋକୀକରଣ ହେଲା ଉପର ‘ମଣିନାଗ’

ଆଲୋକୀକରଣ ହେଲା ଉପର ‘ମଣିନାଗ’

  • Post category:ଓଡିଶା
  • Reading time:1 mins read

ନୟାଗଡ, ନୟାଗଡ ଜିଲ୍ଲା ରଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ପୀଠକୁ ଆଲୋକୀକରଣ କରାଯାଇଛି । ଓଡିଶାର ପୁରୁଣା ଗଡଜାତ ରଣପୁର ରାଜାଙ୍କ ଆରାଧ୍ୟ ଦେବୀ ଥିବା ଉପର ମଣିନାଗ ମନ୍ଦିରକୁ ଆଲୋକ ମାଳରେ ଶୁଷୋଭିତ କରାଯାଇଛି । ଏହି ପୀଠଟି ରାଜ୍ୟରେ ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ବେଳେ ପ୍ରତ୍ୟେହ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରୁ ହଜାର ହଜାର ପର୍ଯ୍ୟଟକ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି ।

ଉପର ମଣିନାଗ ମନ୍ଦିରରୁ ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ମଣିନାଗ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ପର୍ଯ୍ୟଟକମାନେ । ଏହାକୁ ନଜରରେ ରଖି ଉପର ମଣିନାଗ ପୀଠକୁ ଯାତ୍ରୀ ଗମନାଗମନ ପାଇଁ ପିଚୁ ରାସ୍ତା ବନ୍ଦୋବସ୍ତ କରାଯାଇଥିବାବେଳେ ଗତକାଲି ଏହି ପୀଠର ଆଲୋକୀକରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।