You are currently viewing ଲୋକଙ୍କୁ ଚାପିଦେଲା ଟ୍ରକ୍

ଲୋକଙ୍କୁ ଚାପିଦେଲା ଟ୍ରକ୍

  • Post category:ଓଡିଶା
  • Reading time:1 mins read

ରାଇରଙ୍ଗପୁର(ଏଏନଏସ)୧୮/୦୪, ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ନୂଆଗାଁ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା ।ରାସ୍ତାକଡ଼ରେ ଛିଡା ହୋଇଥିବା ଲୋକଙ୍କୁ ଚାପିଦେଇଛି ଏକ ଟ୍ରକ୍ । ଏଥିରେ ତିନି ମୃତ,ଜଣେ ଗୁରୁତର ହୋଇଛନ୍ତି ।

      ଖବରରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ଜାତୀୟ ରାଜପଥ ୪୯ ନୂଆଗାଁ ନିକଟ ଡାଇଭର୍ସନ ନିକଟରେ ଲୋକେ ଠିଆ ହୋଇଥିଲେ । ସେହି ସମୟରେ  ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଓଲଟିପଡିଥିଲା । ମୃତକ ମାନେ ବାଙ୍ଗିରିପୋଷି ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।
ଅନ୍ୟମାନଙ୍କୁ ଜଣାନ୍ତୁ।