You are currently viewing ନିଶା ଦେଇ ଯୁବକଙ୍କଠାରୁ ଲୁଟି ନେଲେ ୭୫ ହଜାର

ନିଶା ଦେଇ ଯୁବକଙ୍କଠାରୁ ଲୁଟି ନେଲେ ୭୫ ହଜାର

ଭୁବନେଶ୍ୱର(ଏଏନଏସ)୦୩.୦୨.୨୦୨୨, ରାଜଧାନୀରେ ଲିଫ୍ଟ ଦେବା ନାଁରେ ଲୁଟ୍ । ନିଶା ଦେଇ ବେଙ୍ଗାଲୁରୁ ଫେରନ୍ତା ଯୁବକଙ୍କ ଠାରୁ ଲୁଟି ନେଲେ ୭୫ ହଜାର ଟଙ୍କା । ଲୁଟିବା ପରେ ଛତିଆ ନିକଟରେ ଫିଙ୍ଗି ଚାଲିଗଲେ ଲୁଟେରା ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ବିରେନ ପରିଡା ବେଙ୍ଗଲୁରୁରେ କାମ କରନ୍ତି । ଗତ ୧ ତାରିଖରେ ବେଙ୍ଗଳୁରୁରୁ ଫେରି ରାଜକନିକା ଯିବା ପାଇଁ ଭୁବନେଶ୍ୱର ସତସଙ୍ଗ ବିହାର ନିକଟରେ ଗାଡିକୁ ଅପେକ୍ଷା କରିଥିଲେ । ସେହି ସମୟରେ ଏକ କାରରେ କିଛି ଲୋକ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ ।
ମାତ୍ର କାରରେ କିଛି ବାଟ ଗଲା ପରେ ଲୁଟେରା ଗ୍ୟାଙ୍ଗ ଲୋକମାନେ ବାଟରେ ତାଙ୍କୁ ଅମୁଲ କୁଲ ପିଇବାକୁ ଦେଇଥିଲେ । ବେହୋସ ହୋଇଯିବା ପରେ ଟଙ୍କା ଓ ଅନ୍ୟ ସାମଗ୍ରୀ ଲୁଟି ତାଙ୍କୁ ଛତିଆ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏନେଇ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ଯୁବକ ।

ଅନ୍ୟମାନଙ୍କୁ ଜଣାନ୍ତୁ।