You are currently viewing ଝରକା ଭାଙ୍ଗି ୧୨ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ସହ ୭୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଝରକା ଭାଙ୍ଗି ୧୨ଲକ୍ଷ ଟଙ୍କାର ସୁନା-ରୂପା ଅଳଙ୍କାର ସହ ୭୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୋର(ଏଏନଏସ)୦୯.୦୨.୨୦୨୨, ବାଲେଶ୍ଵର ଜିଲ୍ଲା ସୋର ଥାନା ଇଟୁଆ ଗ୍ରାମର ଓସିଏଲ୍‌ର ଅବସରପ୍ରାପ୍ତ ପରିଚାଳକ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଘରୁ ଲୁଟ | ଘରେ କେହି ନଥିବାବେଳେ କଳାକନା ବୁଲାଇଦେଲେ ଦୁର୍ବୁତ୍ତ | ଝରକା ଭାଙ୍ଗି ପ୍ରାୟ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା, ରୂପା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରି ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ସୋର ଥାନା ଇଟୁଆ ଗ୍ରାମର ବିରଞ୍ଚି ମହାନ୍ତି ପରିବାର ସହ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ବିରଞ୍ଚିଙ୍କ ଘରୁ ଲୁଟ୍ କରିଛନ୍ତି । ଶୋଇବା ଘରେ ପଶି ଆଲମିରାରୁ ପ୍ରାୟ ୨ ଶହ ଗ୍ରାମର ସୁନା ଗହଣା ଓ ନଗଦ ୭୫ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଘର ଝରକା ଭାଙ୍ଗି ଗୋଟିଏ ସୁନା ହାର, ୭ ହଳ କାନଫୁଲ, ୨ ହଳ ବାହୁଟି, ୩୧ଟି ମୁଦି, ୬ଟି ପଦକ, ଓ ୬ ଶହ ୫୦ ଗ୍ରାମର ରୂପା ଅଳଙ୍କାର ଚୋରି ହୋଇଛି। ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।