You are currently viewing ରାଜଧାନୀରେ ପୁଣିଥରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍

ରାଜଧାନୀରେ ପୁଣିଥରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍

ଭୁବନେଶ୍ୱର, ରାଜଧାନୀରୁ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତ ମାନେ ଝାମ୍ପି ନେଇଛନ୍ତି ସୁନା ଚେନ । ମହିଳା ଜଣଙ୍କ ନିଜ ସମ୍ପର୍କିୟଙ୍କ ଘରୁ ନିଜ ଘରକୁ ଫେରିବା ପରେ ଘଟିଥିଲା ଏଭଳି କାଣ୍ଡ । ସୂଚନାଥାଉକି, ମହିଳା ଜଣକ ଘରେ ପହଞ୍ଚି ଦେଖିଥିଲେ ଯେ, କାନ ଫୁଲ ନାହିଁ । ତେଣୁ ସେ ଘର ବାହାରକୁ ଖୋଜାଖୋଜି ପାଇଁ ଯାଇଥିଲେ । ଠିକ୍ ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ମହିଳାଙ୍କ ଚେନ ଝାମ୍ପି ନେଇଥିଲେ । ଚେନର ମୂଲ୍ୟ ପାଖାପାଖି ୭୦ ହଜାର ଟଙ୍କା ହେବବୋଲି କହିଛନ୍ତି ମହିଳା । ତେବେ ପୋଲିସ ଏ ଘଟଣାରେ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।