You are currently viewing ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୩୭ ହଜାର ଟଙ୍କା

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୩୭ ହଜାର ଟଙ୍କା

ବାଲିପାଟଣା,୨୩/୦୯: ପୁଣି ଲୁଟେରାଙ୍କ ଟାର୍ଗେଟରେ ଫାଇନାନ୍ସ କର୍ମଚାରୀ । ବାଲିପାଟଣା ଥାନା ଆଳୋଇ-ପଦ୍ମପୁର ରାସ୍ତାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ବେକରେ ମାରଣାସ୍ତ୍ର ଲଗାଇ ଲୁଟେରା ଲୁଟି ନେଲେ ୩୭ ହଜାର କର୍ମଚାରୀ । ସୂଚନା ଅନୁଯାୟୀ, ପ୍ରାୟ ସାଢେ ଦୁଇଟା ସମୟରେ ସମସ୍ଥା ଫାଇନାନ୍ସ ନିମାପଡା ଶାଖାର କର୍ମଚାରୀ ଲୋକନାଥ ମହାରଣା ଋଣ ଟଙ୍କା ସଂଗ୍ରହ କରି ଶାଖାକୁ ଫେରୁଥିଲେ । ଠିକ ଏହି ସମୟରେ ପଦ୍ମପୁର ଠାରେ ଦୁଇ ଜଣ ଲୁଟେରା ଏକ ବାଇକରେ ଆସି ଲୋକନାଥଙ୍କୁ ଅଟକାଇଥିଲେ ଏବଂ ଏକ ମାରଣାସ୍ତ୍ର ଲଗାଇ ଟଙ୍କା ବ୍ୟାଗ ଛଡାଇଥିଲେ । ଟଙ୍କା ବ୍ୟାଗରେ ୩୭ ହଜାର ଟଙ୍କା ଥିବା ଲୋକନାଥ ପୁଲିସକୁ ଜଣାଇଛନ୍ତି । ପୁଲିସ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି କ୍ଲିପ୍ ଆଣି ତଦନ୍ତ ଚଳାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।