You are currently viewing ଲୁଟ ଉଦ୍ୟମ ବିଫଳ: ୨ ଲୁଟେରା ଗିରଫ

ଲୁଟ ଉଦ୍ୟମ ବିଫଳ: ୨ ଲୁଟେରା ଗିରଫ


ଭୁବନେଶ୍ୱର,୨୫/୦୮: ୨ ଏଟିଏମ ଲୁଟେରା ଗିରଫ । ଓଲଡଟାଉନରେ ଥିବା ଏସବିଆଇ ଏଟିଏମ ଲୁଟ କରିବାକୁ ଉଦ୍ୟମ କରିଥିବା ୨ ଲୁଟେରାଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ ।ସୂଚନା ଅନୁଯାୟୀ ,ଏଟିଏମ ମେସିନକୁ ଭାଙ୍ଗି ସେଥିରେ ଏକ ସ୍ୱତନ୍ତ୍ର ଡିଭାଇସ ଲଗାଉଥିଲା ଲୁଟେରା । ଯାହାଦ୍ୱାରା ଏଟିଏମକୁ ଆସୁଥିବା ଗ୍ରାହକ ଟଙ୍କା ଉଠାଇ ପାରୁନଥିଲା । ଗ୍ରାହକ ଯିବା ପରେ ଉକ୍ତ ଟଙ୍କାକୁ ଉଠାଇ ନେଉଥିଲେ ଲୁଟେରା । ଏନେଇ ଲିଙ୍ଗରାଜ ଥାନା ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୨ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।