You are currently viewing ଏଥର ବି କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଏଥର ବି କୋଭିଡ କଟକଣା ମଧ୍ୟରେ ପାଳନ ହେବ ଜାଗର ଯାତ୍ରା

ଭୁବନେଶ୍ୱର(ଏଏନଏସ)୧୨.୦୨.୨୦୨୨, ପାଖେଇ ଆସୁଛି ମହାଶିବରାତ୍ରୀ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରେ ମହାଶିବରାତ୍ରୀ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ବୈଠକ ସରିଛି । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାର୍ଚ୍ଚ ୧ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି ତଥା ଜାଗରଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ କୋଭିଡ୍ କଟକଣାରେ ଚଳିତ ଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ କରାଯିବ । ରାତି ୧୦ଟାରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବ । କରୋନା ପାଇଁ ଲିଙ୍ଗରାଜ ମନ୍ଦିରରେ ସୀମିତ ଶ୍ରଦ୍ଧାଳୁରେ ସମସ୍ତ ରୀତିନୀତି ପାଳିତ ହେବ । ଶ୍ରଦ୍ଧାଳୁ ଦୀପ ଜାଳିବା ବେଳେ ଏକାଠି ରୁଣ୍ଡ ନହେବାକୁ ଗୁରୁତ୍ୱ ଦିଆଯିବ । ମହାଶିବରାତ୍ରିରେ ଆବଶ୍ୟକ ରୀତିନୀତି ଦାୟିତ୍ୱରେ ଥିବା ସେବାୟତମାନେ ଏବଂ ଶ୍ରଦ୍ଧାଳୁ ମାନେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।