You are currently viewing ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି (ଏଏନଏସ)୨୩/୦୫, ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । କଳାହାଣ୍ଡି ଜୟପାଟଣା ଥାନା କଲୋନୀ ପଡାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ସ୍ୱାଗତି ରାଉତ ବୋଲି ଜଣାପଡିଛି । ସୂଚନାଅନୁଯାୟୀ ସ୍ୱାଗତି ଓ ତାଙ୍କ ସ୍ୱାମୀ ବିରେନ୍ଦ୍ର ଗତକାଲି ମାଛ ଧରିବା ପାଇଁ ଏକ ନାଳକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ହୋଇଯାଇଥିଲେ ବି ସ୍ୱାଗତି ଘରକୁ ଫେରିନଥିଲେ । ହେଲେ ବିରେନ୍ଦ୍ରଙ୍କୁ ସନ୍ଧ୍ୟାରେ ଜୟପାଟଣା ସହରରେ ନିଶାସେବନ କରି ବୁଲୁଥିବାର ସ୍ଥାନୀୟ ଲେକେ ଦେଖିଥିଲେ । ଏପଟେ ସ୍ୱାଗତିଙ୍କ ଶାଶୁ ଲକ୍ଷ୍ମୀ ସ୍ୱାଗତିଙ୍କୁ ସନ୍ଧ୍ୟା ପର‌୍ୟ୍ୟନ୍ତ ନଫେରିବା ପରେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୋଣସି ଖବର ମିଳିନଥିଲା। ଆଜି ସକାଳେ ଉକ୍ତ ନାଳ ରେ ସ୍ୱାଗତି ଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ ସ୍ୱାଗତିଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ପୋଲିସ ତଦନ୍ତ ପରେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।