You are currently viewing ଆଜି ପବିତ୍ର ମକର ସଂକ୍ରାନ୍ତି, କରୋନା ପାଇଁ ଫିକା ପଡିଲା ମକର ମଉଜ

ଆଜି ପବିତ୍ର ମକର ସଂକ୍ରାନ୍ତି, କରୋନା ପାଇଁ ଫିକା ପଡିଲା ମକର ମଉଜ

ଭୁବନେଶ୍ୱର(ଏଏନଏସ)୧୪.୦୧.୨୦୨୨, ଆଜି ପବିତ୍ର ମକର ସଂକ୍ରାନ୍ତି । ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ପ୍ରତିବର୍ଷ ଏହି ପର୍ବକୁ ଖୁବ୍ ଧୂମଧାମରେ ପାଳନ କରାଯାଏ । କରୋନା କଟକଣା ପାଇଁ ଏଥର ମକର ମଉଜ ଫିକା ପଡିଛି ।  ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି । କୋଭିଡ଼୍ ସଂକ୍ରମଣକୁ ଦେଖି ଗହଣି ନକରିବାକୁ ପରାମର୍ଶ ଦିଆଯାଇଛି । ଘରେ ମକର ପଳିବାକୁ କୁହାଯାଇଛି। ଏହାସହ  ନଦୀ ଘାଟ,ପୁଷ୍କରିଣୀ ,ସମୁଦ୍ର ତଟରେ ବୁଡ଼ ପକାଇବା ମନା କରାଯାଇଛି ।
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମନ୍ଦିରରେ ପ୍ରବଳ ଗହଳି ହେବା ଆଶଙ୍କା କରି ବିଭିନ୍ନ ଜିଲ୍ଲାରେ  ମନ୍ଦିରଗୁଡିକରେ ମକର ସଂକ୍ରାନ୍ତି ପାଇଁ ସର୍ବସାଧାରଣ ପ୍ରବେଶ ବାରଣ ରହିଛି । ଚିଲିକାର ମା’ କାଳୀଜାଇଙ୍କ ପୀଠରେ ପ୍ରତିବର୍ଷ ପ୍ରବଳ ଜନଗହଳି ହୋଇଥାଏ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜରି କରାଯାଇଥିବେଳେ , କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି । ସେହିପରି ଆଜି ମକର ସଂକ୍ରାନ୍ତିରେ ଘଟଗାଁ ମା ତାରିଣୀଙ୍କ ମନ୍ଦିର ବନ୍ଦ ରହିଛି । ଭଦ୍ରକ ଆଖଣ୍ଡଳମଣି ପୀଠରେ ମକର ସଂକ୍ରାନ୍ତି ବିନା ଭକ୍ତରେ ନୀତିକାନ୍ତି ଚାଲିଛି, ପୀଠରେ ୧୪୪ଧାରା ଜାରି କରାଯାଇଛି  ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି ।
ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ  ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ବନ୍ଦ ରଖାଯାଇଛି  ।ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର  ଓ ଅନ୍ୟ ବେଳାଭୂମି ବନ୍ଦ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।