You are currently viewing ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

ଆନ୍ଦପୁର, ୧୧/୦୯: ପୁଅ କାତି ଚୋଟରେ ମାଆ ଗୁରୁତର । ନିଶା ସେବନ ପାଇଁ ଟଙ୍କା ନଦେବାରୁ ମାଆକୁ କାତିରେ ହାଣି ରକ୍ତାକ୍ତ କରି ଦେଇଛି ପୁଅ । ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖଡବିଲ ଗ୍ରାମରେ ଘଟିଛି । ସୂଚନା ଅନୁଯାୟୀ ଖଡବିଲ ଗାଁରେ ଯୁବକ ମଣ୍ଟୁ ଜେନାଙ୍କୁ ଟଙ୍କା ନଦେବାରୁ ସେ ଏକ କାତିରେ ତା ମାଆ ରଙ୍ଗବତୀଙ୍କୁ ଆକ୍ରମଣ କରିଥିଲେ । ଫଳରେ ରଙ୍ଗବତୀଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା ।ଫଳରେ ରଙ୍ଗବତୀ ଗୁରୁତର ହୋଇଥିଲେ । ଘରେ ଥିବା ଅନ୍ୟ ପୁଅ ମାନେ ମଣ୍ଟୁ କବଳରୁ ମା’କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।