You are currently viewing ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର(ଏଏନଏସ) ୨୬.୧୦.୨୦୨୧, ବହୁଚର୍ଚ୍ଚିତ ମନୀଷ ଦାସ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କ  ଲାଏ ଡିଟେକ୍ସନ ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି  ।  ଅଭିଯୁକ୍ତ ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶର  ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି  ।ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବରେ ଏହି ଟେଷ୍ଟ କରାଯାଉଛି । ସେଠାରେ ପୃଥକ ପୃଥକ ଭାବେ ପ୍ରଶ୍ନ ପଚରାଯାଉଛି । ଲାଏ ଡିଟେକ୍ସନ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ ଯେ, ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଘଟଣା ଦିନ ରାତିରେ ହୋଟେଲରେ  ୩୫ ହଜାର ଟଙ୍କାର ବିଲକୁ ନେଇ ବଚସା ହୋଇଥିଲା । ପରେ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗି ଦେଇଥିଲେ ସାଙ୍ଗ । ମାମଲାରେ ୩ ଜଣଙ୍କ ଠାରୁ ସତ ଆଦାୟ କରିବାକୁ  ଲାଏ ଡିଟେକ୍ସନ ଟେଷ୍ଟ  କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।