You are currently viewing ଆଜି ହେଉଛି ସାବିତ୍ରୀ ବ୍ରତ : ପୂଜାର୍ଚ୍ଚନା କରୁଛନ୍ତି ସଧବା ନାରୀ

ଆଜି ହେଉଛି ସାବିତ୍ରୀ ବ୍ରତ : ପୂଜାର୍ଚ୍ଚନା କରୁଛନ୍ତି ସଧବା ନାରୀ

ଏଏନଏସ : ଆଜି ଜ୍ୟୈଷ୍ଠ ମାସ ସାବିତ୍ରୀ ବ୍ରତ। ଆଜିର ଦିନରେ ଓଡ଼ିଆ ପରମ୍ପରା ସହିତ ସ୍ୱାମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ସଧବା ନାରୀ । ସ୍ତ୍ରୀ ମନ୍ଦିର କିମ୍ବା ଚଉଁରା ମୂଳରେ ପୂଜାର୍ଚ୍ଚନା କରି ସାରାଦିନ ଉପବାସ ରଖି ସ୍ୱାମୀର ଦୀର୍ଘାୟୁ ପାଇଁ କାମନା କରିଥାନ୍ତି । ବ୍ରତଧାରୀ ମହିଳା ମାନେ ଅନ୍ନଗ୍ରହଣ କରୁନଥିବା ବେଳେ, ପୂଜା ଶେଷ ପରେ ଫଳାହାର କରିଥାନ୍ତି । କଥାରେ ଅଛି ଯମରାଜଙ୍କ କବଳରୁ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ ସାବିତ୍ରୀ । ସେଥିଲାଗି ଆଜିର ଦିନରେ ସଧବା ନାରୀମାନେ ସାବିତ୍ରୀ ବ୍ରତକୁ ମାନି ଆସନ୍ତି ।
ପୌରାଣିକ ଅନୁସାରେ ସାବିତ୍ରୀ ହେଉଛନ୍ତି ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ଯମ କବଳରୁ ଫେରାଇ ଆଣିଲା, ତାହାକୁ ଆଧାର କରି ମା’ ସାବିତ୍ରୀଙ୍କ ଗୁଣଗାନ କରାଯାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।