You are currently viewing ବାତିଲ ହେଲା ମାଟ୍ରିକ ପରୀକ୍ଷା

ବାତିଲ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର-୨୧.୦୪.୨୦୨୧, ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ବାତିଲ ପରେ ଆଜି ମାଟ୍ରିକ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ମୁତାବକ ୨୦୨୧ ମାଟ୍ରିକ ରୀକ୍ଷା ବାତିଲ ନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କରୋନା ସଂକ୍ରମଣ ବଢ଼ୁଥିବାରୁ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଛି । ବୋର୍ଡର ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ମାର୍କ ପ୍ରଦାନ କରାଯିବ । ଯେଉଁମାନେ ମାର୍କକୁ ନେଇ ଅସନ୍ତୁଷ୍ଟ ରହିବେ । ସେମାନେ ପରବର୍ତ୍ତୀ ସମୟରେ ଚାହିଁଲେ ପରୀକ୍ଷା ଦେଇପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।