You are currently viewing ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ଘୋଷଣା

ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ଘୋଷଣା

ଭୁବନେଶ୍ବର-07.05.2021, କରୋନା ମହମାରୀ ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ଦଶମ ଶ୍ରେଣୀକୁ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ପଦ୍ଧତି ଘୋଷଣା ହୋଇଛି । ଦଶମର ୨ୟ, ୩ୟ ଓ ଚତୁର୍ଥ ଟେଷ୍ଟ ପରୀକ୍ଷା ସହ ନବମର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ଆଧାରରେ ନିଆଯାଇ ଦଶମ ପରୀକ୍ଷାର ମୂଲ୍ୟାୟନ କରାଯିବ । ନବମ ର ୪୦ % ଓ ଦଶମ ର ୬୦% ମାର୍କ କୁ ନେଇ ପିଲାମାନଙ୍କ ରେଜଲ୍ଟ ବାହାର କରିବାକୁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । । ମେ ୩୧ ସୁଦ୍ଧା ସରିବ ଟାବୁଲେସନ ପ୍ରକ୍ରିୟା ସାରି ଜୁନ୍‌ ୩୦ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ମାର୍କରେ ଅସନ୍ତୁଷ୍ଟ ଥିବା ପିଲା ପରେ ପରୀକ୍ଷା ଦେଇ ପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।