You are currently viewing ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର-୨୪.୦୬.୨୦୨୧, ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳ । ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ଅପରାହ୍ନରେ ୪ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ଏବଂ ସଂଧ୍ୟା ୬ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଦୁଇଟି ୱେବ୍‌ସାଇଟରେ ପରୀକ୍ଷା ଫଳ ଜାଣିହେବ। ଯଦି ଇଣ୍ଟରନେଟ ସୁବିଧା ନଥାଏ ତେଵେ ଏସ୍ଏମ୍ଏସ କରି ରେଜଲ୍ଟ ଜାଣିହେବ । ଏଠାରେ ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ସଂକ୍ରମଣ ପାଇଁ ଏପ୍ରିଲ ୨୧ରେ ପରୀକ୍ଷା ବାତିଲ ପାଇଁ ଘୋଷଣା ହୋଇଥିଲା । ଏହି ପରୀକ୍ଷା ଫଳ ବୈକଳ୍ପିକ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ ପାଉଛି ।ଯଦି କୌଣସି ଛାତ୍ରଛାତ୍ରୀ ଫଳକୁ ନେଇ ଅସନ୍ତୁଷ୍ଟ ହୁଅନ୍ତି ତେବେ କୋଭିଡ ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେଇପାରିବେ।

ପରୀକ୍ଷା ଫଳ ଜାଣିବା ପାଇଁ ଦୁଇଟି ୱେବ୍‌ସାଇଟ ହେଲା- www.bseodisha.ac.in ବା www.bseodisha.nic.in
SMS କରିବା ପାଇଁ – OR01 ଲେଖି 5676750କୁ ପଠାନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।