You are currently viewing ଫେରିଯିବ ମୌସୁମୀ

ଫେରିଯିବ ମୌସୁମୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୩/୧୦, ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଉତ୍ତର ପଶ୍ଚିମ ଓ କେନ୍ଦ୍ର ଭାରତରୁ ଆଗାମୀ ୨ରୁ ୩ଦିନ ମଧ୍ୟରେ ଫେରିବ ମୌସୁମୀ। ଏହାର ପରବର୍ତ୍ତୀ ୨ ଦିନ ମଧ୍ୟରେ ପୂର୍ବ ଓଡ଼ିଶା ସହ ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ମୌସୁମୀ ଋତୁ ପରେ ବି ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୨ ରୁ ୩ ଦିନ ଯାଏଁ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। କିନ୍ତୁ ବର୍ଷାର ପରିମାଣ କିନ୍ତୁ କମ୍‌ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।