You are currently viewing ମେ ୪ ତାରିଖରେ ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ

ମେ ୪ ତାରିଖରେ ମୟୂରଭଞ୍ଜ ଆସିବେ ଦ୍ରୌପଦୀ ମୁର୍ମୁ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୨୭/୦୪, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ । ମେ ୯ ତାରିଖ ପରିବର୍ତ୍ତେ ୪ ତାରିଖରେ ମୟୂରଭଞ୍ଜ ଆସିବେ ମହାମହିମ । ୪ ତାରିଖରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବରୁ ସ୍ଥିରୀକୃତ ହୋଇଥିବା କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ସେହି ରାତିରେ ବାରିପଦା ଆସି ସର୍କିଟ୍ ହାଉସରେ ରହିବେ । ୬ ତାରିଖରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଏହି ସୂଚନା ଦେଇଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ବ୍ୟବସ୍ଥା କରୁଛି ବୋଲି ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ସୂଚନା ଦେଇଛନ୍ତି । ମେ ୯ ତାରିଖରେ ରାଷ୍ଟ୍ରପତି ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବକୁ ଆସିବାର ଥିଲା । ଏ ନେଇ ଗତ ୨୦ ତାରିଖରେ ରାଷ୍ଟ୍ରପତି ଭବନରୁ ସୂଚନା ଦିଆଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।