You are currently viewing ଶୀତରେ ଥରୁଛି ମୟୂରଭଞ୍ଜ

ଶୀତରେ ଥରୁଛି ମୟୂରଭଞ୍ଜ

  • Post category:ଓଡିଶା
  • Reading time:1 mins read

 ଭୁବନେଶ୍ୱର(ଏଏନଏସ)୦୬/୦୧, ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ହାଡଭଙ୍ଗା ଶୀତରେ ଥରୁଛି ମୟୁରଭଞ୍ଜ ଜିଲ୍ଲା । ପ୍ରବଳ କୁହୁଡି ଯୋଗୁ ଯାତାୟତରେ ବାଧା ଉପୁଜୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି । ଅନ୍ୟପଟେ ଦାରିଙ୍ଗବାଡିରେ ଅନୁଭୂତ ହେଉଛି ହାଲୁକା ଶୀତ । । ଗତକାଲି ଠାରୁ ଆଜି ଅଧିକ ଶୀତ ହେଉଛି । ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିଥିବା ବେଳେ ସକାଳୁ ଘନ କୁହୁଡିର ଆସ୍ତରଣ ଜମୁଛି । ବିଗତ ଦିନରେ ଫୁଲବାଣୀରେ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରଙ୍ଗବାଡିରେ ମଧ୍ୟ ସମାନ ତାପମାତ୍ରା ରେକର୍ଡ କରାଯାଇଛି । ହାଲକା ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପ୍ରାତ ଭ୍ରମଣ ସାଙ୍ଗକୁ ଚା ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଦାରିଙ୍ଗବାଡିର ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙକ ଭିଡ଼ ବୃଦ୍ଧି ପାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।