You are currently viewing ବୋହୁଙ୍କ ଉପରେ ଲାଗିଥିବା ଅଭିଯୋଗର ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

ବୋହୁଙ୍କ ଉପରେ ଲାଗିଥିବା ଅଭିଯୋଗର ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ

ଭୁବନେଶ୍ୱର: କାମାକ୍ଷାନଗର କଲେଜରେ ୨୦୧୬ ରୁ ୨୦୧୮ ପର୍ଯ୍ୟନ୍ତ ଛୁଟିରେ ରହି ମନ୍ତ୍ରୀଙ୍କ ବୋହୁ ଲିପ୍ସା ପ୍ରଧାନ ଦରମା ନେଇଥିବା ଅଭିଯୋଗ ହୋଇଥିଲା |ଆଜି ତାର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ:-
ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ମୋ ବୋହୁଙ୍କ ନାମରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ ଭିତ୍ତିହୀନ |ବୋହୁ ଏମଏସି ଏମଫିଲ ,ସିଏ କଂଟ୍ରାଚୁଆଲ ଚାକିର କରୁଛନ୍ତି ରେଗୁଲାର ଚାକିର ନୁହେଁ କି ବ୍ଲକଗ୍ରାଣ୍ଡ ଚାକିର ନୁହେଁ |ସିଏ ପିଏଚଡି ପରୀକ୍ଷା ଦେଇଥିଲେ ,ପରୀକ୍ଷାରେ ସିଲେକସନ ହେବାପରେ ଜୁଲଜୀ ଡିପାର୍ଟମେଣ୍ଟରେ ଆଡ଼ମିସନ ନେଇଥିଲେ |ତାଙ୍କ ପୁଅର ଦେହ ଖରାପ ଥିଲା ସିଏ ଆଉ କ୍ଲାସ କରିନାହାନ୍ତି ଡିୟୁଟି କୁରୁଛନ୍ତି ଯାହା ଦରମା ପାଇବାକୁ ପ୍ରାପ୍ୟ ୟୁନିଭରସିଟି ତାଙ୍କୁ ଦେଇଛି |ତାର ପ୍ରମାଣ ବି ଅଛି କେହି ମିଛ କହିପାରିବେ ନାହିଁ | କଲେଜ ଯାଉଛନ୍ତି ପିଲାଙ୍କ ଖାତା ଦେଖୁଛନ୍ତି ତାର ପ୍ରମାଣ ରହିଛି |

ଅନ୍ୟମାନଙ୍କୁ ଜଣାନ୍ତୁ।