You are currently viewing ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ : ସଚିବଙ୍କୁ ନାମାଙ୍କନ ପତ୍ର ପ୍ରଦାନ କଲେ ତଳସରା ବିଧାୟକ

ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ : ସଚିବଙ୍କୁ ନାମାଙ୍କନ ପତ୍ର ପ୍ରଦାନ କଲେ ତଳସରା ବିଧାୟକ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଉପବାଚସ୍ପତି ପଦ ପାଇଁ ତଳସରା ବିଧାୟକଙ୍କ ନାମାଙ୍କନ ଦାଖଲ। ବିଜେପିର ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ଆଜି ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ରେ ହେବ ଉପବାଚସ୍ପତି ନିର୍ବାଚନ।

ସୂଚନା ଅନୁଯାଇ, ସୁନ୍ଦରଗଡ ଜିଲ୍ଲା ତଳସରା ବିଧାୟକ ହେଉଛନ୍ତି ଭବନୀ ଶଙ୍କର ଭୋଇ । ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି।

ଆଜି ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉପବାଚସ୍ପତି ପଦ ପାଇଁ ତାଙ୍କ ନାମ ଘୋଷଣା କରାଯାଇଛି। ଏହା ପରେ ସେ ଉପବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚିତ ହେବା ପରେ ତା ପରଦିନ ଅର୍ଥାତ୍ ୨୫ ତାରିଖରେ ବଜେଟ୍ ଉପସ୍ଥାପନା ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।