You are currently viewing ଆଉ ୩ ଜିଲ୍ଲାରେ ଗଡିବ ମୋ ବସ୍‌

ଆଉ ୩ ଜିଲ୍ଲାରେ ଗଡିବ ମୋ ବସ୍‌

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୯/୦୫, ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଗଡିବ ମୋ ବସ୍ । ସରକାର ଏ ନେଇ ନିଷ୍ପତି ନେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର ଓ ବେଲପାହାଡ କ୍ଲଷ୍ଟରରେ ଗଡ଼ିବ ମୋ ବସ । ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ଗଡ଼ିବ ମୋ ବସ୍ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ । କ୍ୟାପିଟାଲ ରିଜିଓନ ଅଞ୍ଚଳରେ ୩୯୦ ଓ ରାଉରକେଲାରେ ୧୦୦ ଟି ମୋ ବସ ଚଳାଚଳ କରୁଛି । ଅଧିକ ବସ ଚଳ ଚଳ ଦ୍ୱାରା ଯାତ୍ରୀମାନେ ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।