You are currently viewing ଟ୍ରେଜେରିରେ ଜମା ହେଲା ଟଙ୍କା

ଟ୍ରେଜେରିରେ ଜମା ହେଲା ଟଙ୍କା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୩/୦୯, ବହୁ ଚର୍ଚ୍ଚିତ କଣ୍ଟାବାଞ୍ଜି ସହରର ଅନ୍ନପୁର୍ଣ୍ଣା ଲଜରୁ ଜବତ ଟଙ୍କା ଏସବିଆଇର ମୁଖ୍ୟ ଶାଖାର ଟ୍ରେଜେରି ଆକାଉଣ୍ଟରେ ଜମା କରାଯାଇଛି । ସୂଚନା ଥାଉକି ଗତ ୧୫ ତାରିଖ ରାତିରେ କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଚଡାଉ କରି ୫୮ଲକ୍ଷ୫୨ ହଜାର ୨୫୦ ଟଙ୍କା ଜବତ କରିଥିବା ବେଳେ ୭ଜଣଙ୍କୁ ଜୁଆ ଖେଳିବା ଅଭିଯୋଗରେ ଗିରଫ କରିଥିଲେ । ତେବେ ସେମାନେ ଜୁଆଡି ନୁହେଁ ବରଂ ଦାଦନ ଚାଲାଣ ପାଇଁ ଆସିଥିବା ଇଟାଭାଟି ମାଲିକ ବୋଲି ଅଭିଯୋଗ ହୋଇଥିଲା । ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଏସପି କଣ୍ଟାବାଞ୍ଜି ଥାନା ଆସି ଅଧିକ ତଦନ୍ତ କରି ଜବତ ଟଙ୍କାର ପୁନଃ ଗଣତି କରିଥିଲା । ଏବଂ ଅଧିକ ୧୩ ଲକ୍ଷ ଟଙ୍କା ମିଳିବା ସହ ପରବତ୍ତ୍‌ର୍ୀ ସମୟରେ ଆହୁରି ୭ ଲକ୍ଷ ଟଙ୍କା ବାହାରିଥିଲା । ତେବେ ଏହାପରେ କୋର୍ଟରେ ଟଙ୍କା ଗଣା ହେବା ପରେ କଡା ସୁରକ୍ଷା ବଳୟରେ ଏହାକୁ ଏସବିଆଇ ମୁଖ୍ୟ ଶାଖା ଟ୍ରେଜେରିରେ ଜମା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।