You are currently viewing ଦେଶରେ ପୁରୁଷମାନଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

ଦେଶରେ ପୁରୁଷମାନଙ୍କ ତୁଳନାରେ ବଢ଼ିଲା ମହିଳାଙ୍କ ସଂଖ୍ୟା

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ-୨୫.୧୧.୨୦୨୧, ଦେଶରେ ବଢ଼ିଲା ମହିଳାଙ୍କ ସଂଖ୍ୟା । ଦେଶ ସ୍ୱାଧୀନ ପରେ ପ୍ରଥମ ଥର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନଙ୍କ ସଂଖ୍ୟା ଅଧିକ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିଲିଜ୍ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଏବେ ଭାରତରେ ପ୍ରତି ଏକ ହଜାର ପୁରୁଷରେ ମହିଳାଙ୍କ ସଂଖ୍ୟା ହଜାରେ କୋଡିଏ ରହିଛି।
ଗ୍ରାମାଞ୍ଚଳରେ ଲିଙ୍ଗ ଅନୁପାତ ହାର ପ୍ରତି ଏକ ହଜାର ପୁରୁଷରେ ଏକ ହଜାର ୩୭ ମହିଳା ବୋଲି ରିପୋର୍ଟରୁ ଜଣାପଡିଛି। ସେହିପରି ସହରାଞ୍ଚଳରେ ଏହି ସଂଖ୍ୟା ୯୮୫ ରହିଛି। ପ୍ରଦେଶରେ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୧୭, ବିହାରରେ ୧୦୯୦, ଦିଲ୍ଲୀରେ ୯୧୩, ମଧ୍ୟ ପ୍ରଦେଶରେ ୯୭୦, ରାଜସ୍ଥାନରେ ୧୦୦୯, ଛତିଶଗଡରେ ୧୦୧୫, ମହାରାଷ୍ଟ୍ରରେ ୯୬୬, ପଞ୍ଜାବରେ ୯୩୮, ହରିୟାଣାରେ ୯୨୬ ଓ ଝାଡଖଣ୍ଡରେ ୧୦୫୦ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।