You are currently viewing ପୁଅର ତଣ୍ଟି କାଟି ଆତ୍ମହତ୍ୟା କଲା ମା’

ପୁଅର ତଣ୍ଟି କାଟି ଆତ୍ମହତ୍ୟା କଲା ମା’

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୬/୦୧, କଟକ ଶ୍ରୀରାମ ନଗର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଛୁଆକୁ ମାରି ଆତ୍ମହତ୍ୟା କରିଛି ମା’ । ସାବତ ପୁଅକୁ ମାରି ମା’ କରିଛି ଆତ୍ମହତ୍ୟା, ଗୋଟିଏ ରୁମ୍‌ରୁ ମାଆ ଓ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅର ମୃତଦେହ ତଳେ ପଡିଥିବାବେଳେ ଝୁଲନ୍ତା ଅବସ୍ଥାରେ ମା’ର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ପଛରେ ପାରିବାରିକ କଳହ ଥିବା ନେଇ ସନ୍ଦେହ କରାଯାଉଛି। ସ୍ୱାମୀଙ୍କର ଏହା ଦ୍ୱିତୀୟ ବିବାହ ଥିଲା। ମୃତ ଶିଶୁ ପ୍ରଥମ ସ୍ତ୍ରୀଙ୍କର ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ମଧୁପାଟଣା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି। ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜେରା କରାଯାଉଛି। ଉଭୟ ସ୍ୱାମୀ-ସ୍ତ୍ରୀ ଇଞ୍ଜିନିୟର ଥିବା ସୂଚନା ମିଳିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।