You are currently viewing ଓଭର ବ୍ରିଜ୍ ଉପରେ ଅଘଟଣ,ଚଳନ୍ତା କାରରେ ଲାଗିଲା ନିଆଁ

ଓଭର ବ୍ରିଜ୍ ଉପରେ ଅଘଟଣ,ଚଳନ୍ତା କାରରେ ଲାଗିଲା ନିଆଁ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ) ୧୯/୦୧: ଓଭର ବ୍ରିଜ୍ ଉପରେ ଅଘଟଣ। ଚଳନ୍ତା କାରରେ ଲାଗିଲା ନିଆଁ । ଏହି ଅଘଟଣଟି କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୋଇଛି । ତେବେ ଏଥିରେ ଥିବା କାର୍ ଚାଳକ ସମେତ ୪ ଜଣ ଲୋକଅଳ୍ପକେ ବର୍ତ୍ତିଯାଇଛନ୍ତି । କାର ଭିତରେ ଦୁଇ ଜଣ ବସିଥିବା ବେଳେ କେହି ଆହତ ହୋଇନାହାନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାସ୍ତା ଉପରେ ଏହି ଘଟଣା ଘଟିଥିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଛି ।ତେବେ ଅଗ୍ନିକାଣ୍ଡର କାରଣ କଣ ଜଣାପଡି ନଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।