You are currently viewing ମୁହାଁମୁହିଁ ହେଲେ ଓକିଲ ପୋଲିସ

ମୁହାଁମୁହିଁ ହେଲେ ଓକିଲ ପୋଲିସ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୧୨/୧୨, ରଣକ୍ଷେତ୍ର ପାଲଟିଲା ସମ୍ବଲପୁର କଚେରୀ ଛକ । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଦେଇଛନ୍ତି ଆନ୍ଦୋଳନ । ଛକରେ ଜୋରଦାର ଠେଲାପେଲା ସହ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତି ହୋଇଛି । ଚଳିତଥର ଆନ୍ଦୋଳନରେ ଓକିଲ ମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ତା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।