You are currently viewing ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୌରାଞ୍ଚଳ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୦୯/୦୩, ପୁରୀ ଜିଲ୍ଲାର ନିମାପଡା, ପିପିଲି ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ ନେଇ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ ତାରିଖରେ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ଭୋଟ ଗଣତି ହେବ । ନିମାପଡାର ୧୧ଟି ୱାର୍ଡର ୧୯ଟି ବୁଥ, ପିପିଲିର ୧୬ଟି ୱାର୍ଡର ୨୦ଟି ବୁଥ ଏବଂ କୋଣାର୍କର ୧୩ଟି ୱାର୍ଡର ୧୫ଟି ବୁଥରେ ମତଦାନ ହେବ । ନିମାପଡାରେ ୧୫,୭୮୨, ପିପିଲିରେ ୧୫,୫୦୧ ଏବଂ କୋଣାର୍କରେ ୧୨,୧୬୧ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ତିନୋଟି ବିଜ୍ଞାପିତ ଅଞ୍ଚଳର ୪୦ଟି ୱାର୍ଡର ୫୪ଟି ବୁଥରେ ୪୩,୪୪୪ ଜଣ ମତାଧିକାର ସାବ୍ୟସ୍ତ କରିବେ । ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳରେ ପିଙ୍କ ବୁଥ ଓ ଆଦର୍ଶ ମତଦାନ କେନ୍ଦ୍ର କରାଯିବ । ପ୍ରାୟ ୩୦୦ ଜଣ ପୋଲିଂ ଅଧିକାରୀ ଓ ୬ ଜଣ ସେକ୍ଟର ଅଧିକାରୀ ନିୟୋଜିତ ହେବେ ।

ପିପିଲି ନିମନ୍ତେ ଜବାହର ବିଦ୍ୟାପୀଠ, ନିମାପଡା ପାଇଁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ତପ, କୋଣାର୍କ ନିମନ୍ତେ ଆଶ୍ରମ ସ୍କୁଲରେ ଷ୍ଟ୍ରଙ୍ଗରୁମ କରାଯିବ । ଆସନ୍ତା ୨୩ ତାରିଖ ମଧ୍ୟାହ୍ନ ସୁଦ୍ଧା ପୋଲିଂ ଅଧିକାରୀ ମାନେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚିବେ । ଆଜି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ପ୍ରତ୍ୟାହର ନିମନ୍ତେ ୧୪ ତାରିଖ ଶେଷ ଦିନ ରହିଛି । ଏହି ଅବସରରେ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ଦେବା ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ କୈଳାଶ ଚନ୍ଦ୍ର ନାୟକ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର କୁମାର ଦଳାଇ, ପ୍ରତ୍ୟେକ ବିଜ୍ଞାପିତ ଅଞ୍ଚଳର ନିର୍ବାଚନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।