jp v r

ଆସନ୍ତାକାଲି ଓଡ଼ିଶାରେ ବଡ଼ ଲଢ଼େଇ: ନବରଙ୍ଗପୁର ଓ ବ୍ରହ୍ମପୁରରେ ବିଜେପି ପାଇଁ ପ୍ରଚାର କରିବେ ନଡ୍ଡା, ସାଲେପୁରରେ କଂଗ୍ରେସ ପାଇଁ ପ୍ରଚାର କରିବେ ରାହୁଲ 

ଏଏନଏସ: ଆସନ୍ତାକାଲି ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ଦୁଇ ବଡ଼ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶାରେ ବିଜେପି ପାଇଁ ଗୃହମନ୍ତ୍ରୀ ଅମିତ ସାହା ନିର୍ବାଚନୀ ବିଗୁଲ ବାଜିସାରିଥିବା ବେଳେ ଆସନ୍ତାକାଲି କଂଗ୍ରେସର ବଡ଼ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ବିଗୁଲ ବଜାଇବେ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । 

ସେହିପରି ଆସନ୍ତାକାଲି ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲ୍ଲା ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।