You are currently viewing ପ୍ରତୀକ ସିଂ ହେଲେ ନୂଆ ଡିସିପି

ପ୍ରତୀକ ସିଂ ହେଲେ ନୂଆ ଡିସିପି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୯/୦୪, ଆଜି ରାଜ୍ୟସରକାର ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ଭୁବନେଶ୍ୱରର ନୂଆ ଡିସିପି ଭାବେ ପ୍ରତୀକ ସିଂକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପିନାକ ମିଶ୍ର ହୋଇଛନ୍ତି କଟକ ଡିସିପି । ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ମିଳିଛି । ପୂର୍ବରୁ ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାସଙ୍କୁ ଏସିପି ଭୁବନେଶ୍ୱରକଟକ ଭାବେ ବଦଳି କରାଯାଇଛି ।

ସେହିପରି ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନଶମ ଡିଜି ଭାବେ ନୂତନ ଦାୟିତ୍ୱ ମିଳିଛି । ମନୋଜ ଛାବ୍ରା ଜେଲ ବିଭାଗର ଡିଜି ଦାୟିତ୍ୱ ତୁଲାଇବେ । ନୀତି ଶେଖରଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ୱ ଦିଆଯାଇଥିବାବେଳେ ସଂଜୀବ ପଣ୍ଡା ହୋଇଛନ୍ତି ଗୋଇନ୍ଦା ନିର୍ଦ୍ଦେଶକ । ସେହିପରି ସତୀଶବଜ୍ରଭୀଇଏ କମ୍ୟୁନିକେଶନର ଆଇଜିପି ହୋଇଛନ୍ତି । ଆଇପିଏସ ଅଫିନ ଅହମ୍ମଦ ଆଇଜିପି,ଏଚଆରପିସି ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡା ଏସପି ଭାବେ ରାଉଲ ଜୈନ ଦାୟିତ୍ୱ ତୁଲାଇବେ । ଡକ୍ଟର ସର୍ବଣା ବିବେକ ବ୍ରହ୍ମପୁର ଏସପି ଭାବେ ନିଯୁକ୍ତ ହୋଇଥିବାବେଳେ ସିଦ୍ଧାର୍ଥ କଟାରିଆଙ୍କୁ ଖୋର୍ଦ୍ଧା ଏସପି ଭାବେ ନିୟୋଜିତ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।