You are currently viewing ANS NEWSSUPERFAST2@10

ANS NEWSSUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଶେଷ ହୋଇଛି ଘୋଷଯାତ୍ରା । ଆଜିଠୁ ବାହାରିବ ନୀଳାଚଳ ଅବଢା ।
୨. ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନ ସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ।
୩. ରାଜ୍ୟରେ ୭୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଣିକି ମାସ୍କ ବାଧ୍ୟତାମୂଳକ ।
୪. ବିଜୟ ଅଭିମୁଖେ ଦ୍ରୌପଦୀ । ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ ।
୫. ତିଗିରିଆ ନୂଆପାଟଣାରେ ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ କରାଯାଇଛି ଫଳରେ ମହିଳାଙ୍କର ଶରୀରର ୫୦ ଭାଗ ପୋଡିଯାଇଛି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।
୬. ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି ଚଳିତ ବର୍ଷର ଘୋଷଯାତ୍ରା । ମନ୍ଦିରର ସେବାୟତ, ସ୍ୱେଚ୍ଛାସେବୀ ଓ ସାମ୍ବାଦିକ ମାନଙ୍କୁ ପ୍ରଶଂସା କରିଛନ୍ତି ଜିଲ୍ଲାପାଳ ।
୭. ଶ୍ରୀଲଙ୍କାରେ ଦେଖାଦେଇଛି ଜରୁରୀ ପରିସ୍ଥିତି । ରାଷ୍ଟ୍ରପତି ଦେଶ ଛାଡି ଯିବାପରେ ଜରୁରୀକାଳୀନ ପରିସ୍ଥିତି ଦେଖାଦେଇଛି ।
୮. ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ଗ୍ରୀନଚିଲିକୁ ସିଲ କରିଛି ବିଏମସି । ୭ ଦିନ ପାଇଁ ପଡିଲା ତାଲା । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖାଦ୍ୟ ।
୯. ରାଷ୍ଟ୍ରପତି ନିର୍ବାଚନ ଲାଗି ଭୁବନେଶ୍ୱରରେ ପହଞ୍ଚିଛି ବାଲାଟ ବକ୍ସ ।
୧୦. ୧୪ରୁ ୧୬ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।