You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ମଣ୍ଡପରେ ଚାଲିଛି ଗଜାନନଙ୍କ ଆବାହନ ।
୨. ରାଜ୍ୟରେ ୨୪ ଘଣ୍ଟାରେ ୨୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୩. ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ହେବାକୁଥିବା ଇନଭେଷ୍ଟର୍ସ ଆଣ୍ଡ ଆମ୍ବାସଡର କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି ।
୪. ଆସନ୍ତାକାଲି ନୂଆଖାଇ ପର୍ବ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର ।
୫. ରାଜଧାନୀରେ ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ ଡିସିପି ଅପିସ ସମ୍ମୁଖରେ ହତ୍ୟା କରାଯାଇଛି ।
୬. ପୁରୀ ସ୍ୱର୍ଗଦ୍ୱାର ନିକଟରେ ପୁଣି ଆରମ୍ଭ ହୋଇଛି ଲୁଟେରାଙ୍କ ଆତଙ୍କରାଜ ।
୭. ରାୟଗଡା ଜିଲ୍ଲାରେ କଲ୍ୟାଣସିଂହପୁର ଥାନା ବଡଦ୍ୱାର ସାହି କଲ୍ୟାଣୀ ନଦୀରେ ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସଟର ତଲେ ଚାପି ହୋଇ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ।
୮. ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୩ ହଜାର ୪୨୫ ବାଲି ଲଡୁରେ ଗଜାନନଙ୍କ ମୂର୍ତ୍ତି ତିଆରି କରିଛନ୍ତି ।
୯. ମାଲକାନଗିରିକୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଜଣା ରୋଗରେ ୩ଦିନରେ ୨ ଜଣ ଶିଶୁ ମୃତ୍ୟୁ ବରଣ କଲେଣି ।
୧୦. ଭୁବନେଶ୍ୱରସ୍ଥିତ ଟଙ୍କପାଣି ରୋଡରେ ରଙ୍ଗରୁଟରେ ଯାଉଥିବା ୨ ଯୁବକଙ୍କୁ ଟ୍ରାଫିକ ପୋଲିସ ଅଟକାଇବାରୁ ସେମାନେ ଓଲଟା ଟ୍ରାଫିକ ପୋଲିସକୁ ମାଡମାରି ଗିରଫ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।