You are currently viewing ANS NEWS SUPERFAST2@10

ANS NEWS SUPERFAST2@10

  • Post category:ଓଡିଶା
  • Reading time:1 mins read

୧. ଆଜିମଧ୍ୟ ରାଜ୍ୟରେ ଜାରି ରହିବ ଲଘୁଚାପ ଜନିତ ବର୍ଷା । ୧୦ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।
୨. ଆଜିଠାରୁ ଆରମ୍ଭହେଲା ଓଜେଇଇ ୱେବ କାଉନସିଲିଂ ।
୩. ଅଶାନ୍ତ ହେଉଛି କୋଣାର୍କ ସମୁଦ୍ର । ଢେଉ ମାଡରେ ଭାଙ୍ଗିଯାଉଛି ମେରାଇନଡ୍ରାଇଭ ପାଖ ପଥରବନ୍ଧ ।
୪. ବାଲେଶ୍ୱର ଜିଲ୍ଲା ବସ୍ତାଥାନା ଅନ୍ତର୍ଗତ ହଳଦୀପଦା ବାଇପାସ ନିକଟରେ ରାସ୍ତା ଦବିବା ଯୋଗୁ ଏକ ବସ୍ ଦୁର୍ଘଟଣା ଘଟି ୨ ଜଣ ଆହାତ ହୋଇଛନ୍ତି ।
୫. ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା : ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ ।
୬.କଟକ ସହରରେ ବଢିଚାଲିଛି ପ୍ରଦୂଷଣ । ମହାନଗର ନିଗମ ପକ୍ଷରୁ ପ୍ଲାଷ୍ଟିକ ଉପରେ କଟକଣା ଲାଗିଥିଲେ ବି ଏହାକୁ ରୋକାଯାଇପାରୁନାହିଁ ।
୭.କଟକରେ ନକଲି ଓøଷଧ କାରବାର ମାମଲା । ପୋଲିସ ନିକଟରେ ଆତ୍ମ ସମର୍ପଣ କଲେ ୨ ଅଭିଯୁକ୍ତ ।
୮. ରାମ ମନ୍ଦିର ତିଆରି ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା ।
୯. ପୁଣି ଭୁଶୁଡିଲା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ନିକଟରେ ଥିବା ଇନ୍ଦ୍ରାବତୀ ବାମ କେନାଲ ।
୧୦ ଶବ ବିବାଦକୁ ନେଇ ନବରଙ୍ଗପୁର ଉମରକୋଟ ସହରରେ ଲାଗିଛି ୧୪୪ ଧାରା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡେଇବା ପାଇଁ ବ୍ୟାପକ ପୋଲିସ ମୁତୟନ ।

ଅନ୍ୟମାନଙ୍କୁ ଜଣାନ୍ତୁ।