You are currently viewing ରଥଯାତ୍ରା ବନ୍ଦ ପାଇଁ ଚିଠି; ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା

ରଥଯାତ୍ରା ବନ୍ଦ ପାଇଁ ଚିଠି; ନୀଳଗିରି ବିଧାୟକଙ୍କ ବିରୋଧରେ ଏତଲା

ପୁରୀ-୦୭.୦୬.୨୦୨୧, ନୀଳଗିରିରେ ରଥଯାତ୍ରା ବନ୍ଦ କରିବା ପାଇଁ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବାଲେଶ୍ବର ଜିଲାପାଳଙ୍କୁ ଚିଠି ଲେଖିବା ପ୍ରସଙ୍ଗ ଦିନକୁ ଦିନ ବିବାଦୀୟ ହେବାରେ ଲାଗିଛି । କୋଭିଡ ସମୟରେ ଅଯଥାରେ ପ୍ରଶାସନ ରଥଯାତ୍ରା ଅୟୋଜନରେ ଅର୍ଥ ଖର୍ଚ୍ଚ ନକରି ଏହାକୁ ବନ୍ଦ କରିବା ନେଇ ଲେଖାଥିବା ଚିଠିକୁ ପୁରୀର ଜଗନ୍ନାଥ ସେନା ବିରୋଧ କରିଛି ।
ଜଗନ୍ନାଥ ସେନା କହିଛି, ଯେତେବେଳେ ସରକାର ଓ ପ୍ରଶାସନ ଏନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି, ସେତେବେଳେ ନୀଳଗିରି ବିଧାୟକ ରଥଯାତ୍ରା ବନ୍ଦ କରିବା ପାଇଁ କହିବା କେତେ ଦୂର ଠିକ ? ଜଣେ ଓଡିଆ ହୋଇ ଓ ଜଣେ ଲୋକ ପ୍ରତିନିଧି ହୋଇ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବା କହିବା ଅତ୍ୟନ୍ତ ନିନ୍ଦନୀୟ ।

ରାଜ୍ୟ ସରକାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଧାୟକ କଣ ତାଙ୍କ ହାତରୁ ଟଙ୍କା ଖର୍ଚ୍ଚ କରୁଛନ୍ତି କି ବୋଲି ଜଗନ୍ନାଥ ସେନା କହିଛି। ତେବେ ମହାପ୍ରଭୁଙ୍କୁ ନୀଳଗିରି ବିଧାୟକ ଅସମ୍ମାନ ଓ ଓଡ଼ିଆ ଜାତିକୁ ଆଘାତ ଦେଇଥିବା ହେତୁ ତୁରନ୍ତ ବିଧାୟକ କ୍ଷମା ନମାଗିଲେ ଜଗନ୍ନାଥ ସେନା ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।