state-bank-of-india

SBI ଗ୍ରାହକଙ୍କ ପାଇଁ ଖୁସି ଖବର: ଏବେ ଅପାଣଙ୍କ ଘରକୁ ୨୦ହଜାର ପର୍ଯ୍ୟନ୍ତ ଟଙ୍କା ଦେବ ବ୍ୟାଙ୍କ, ଜାଣନ୍ତୁ କିପରି. . .

କରୋନା ସଙ୍କଟ ମଧ୍ୟରେ ଦେଶର ସରକାରୀ ତଥା ବେସରକାରୀ ବ୍ୟାଙ୍କଗୁଡିକ (PSBs & Private Banks) ଘରେ ବସିଥିବା ଗ୍ରାହକଙ୍କୁ ଅନେକ ସେବା ଯୋଗାଇବାର ସୁବିଧା ଆରମ୍ଭ କରିଛନ୍ତି ।
ଏହି ପର୍ଯ୍ୟାୟରେ, ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ରହିଛି । ବାସ୍ତବରେ, SBI ନିଜ ଗ୍ରାହକଙ୍କ ପାଇଁ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେଉଥିବା ବେଳେ ଏବେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ନୂଆ ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ କରିଛି । ଏହା ଅଧୀନରେ, ଏସବିଆଇ ଗ୍ରାହକମାନେ ନଗଦ ଟଙ୍କା ବାହାର କରିବା, ପେ-ଅର୍ଡର ଏବଂ ନୂଆ ଚେକ୍‌ବୁକ୍ ସହ ଜଡ଼ିତ ଅନେକ ସୁବିଧା ପାଇପାରିବେ ।

ଷ୍ଟେଟ ବ୍ୟାଙ୍କ ଟ୍ୱିଟ୍ କରି କହିଛି ଯେ ବ୍ୟାଙ୍କ ବର୍ତ୍ତମାନ ଆପଣଙ୍କ ପାଖରେ ରହିଛି । ଆଜି ହିଁ ଆପଣ ଡୋରଷ୍ଟେପ୍ ବ୍ୟାଙ୍କିଂ ପାଇଁ ରେଜିଷ୍ଟର କରନ୍ତୁ । ଏଥିପାଇଁ ଆପଣ ଆପଣଙ୍କଘର ପାଖରେ ଥିବା ବ୍ରାଞ୍ଚରେ ଟଙ୍କା ଜମା କରିପାରିବେ । ଡୋରଷ୍ଟେପ୍ ବ୍ୟାଙ୍କିଂ ଜରିଆରେ ଟଙ୍କା ଜମା କରିବା ଏବଂ ବାହାର କରିବାର ଦୈନିକ ସର୍ବାଧିକ ସୀମା ୨୦ ହଜାର ଟଙ୍କା ରଖାଯାଇଛି । ଏଥିସହ ଗ୍ରାହକଙ୍କୁ ସମସ୍ତ ଅଣ-ଆର୍ଥିକ(Non-financial transactions) କାରବାର ପାଇଁ ୬୦ ଟଙ୍କା ଏବଂ GST ଚାର୍ଜ ଦେବାକୁ ପଡ଼ିବ । ସେହିଭଳି ଆର୍ଥିକ କାରବାର ପାଇଁ ବ୍ୟାଙ୍କ ୧୦୦ ଟଙ୍କା ସର୍ଭିସ୍ ଚାର୍ଜ ଏବଂ GST ଦେବାକୁ ପଡ଼ିବ । ସୂଚନା ମୂୁତାବକ ଟଙ୍କା ବାହାର କରିବା ପାଇଁ ଆପଣଙ୍କୁ ଚେକ୍ ସହ (Withdrawal From) ଏବଂ ପାସବୁକ୍ ଆଣିବାକୁ ପଡ଼ିବ ।

ଏସବିଆଇ ର ନୂତନ ଡୋରଷ୍ଟେପ୍ ବ୍ୟାଙ୍କିଂ ସୁବିଧା ମିଳିତ, ନନ୍‌-ପର୍ସନାଲ ଏବଂ ଛୋଟ ଆକାଉଣ୍ଟରେ ଏହି ସେବା ଉପଲବ୍ଧ ହେବ ନାହିଁ । ସେହିଭଳି ଯଦି ଗ୍ରାହକଙ୍କ ରେଜିଷ୍ଟର ଠିକଣା ଘର ନିକଟରେ ଥିବା ବ୍ୟାଙ୍କ ଶାଖା ଠାରୁ ୫ କି.ମି ଭିତରେ ଆସେ ତେବେ ଏହି ସୁବିଧା ପାଇପାରିବେ ନାହିଁ । ଏହି ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗରେ ଆର୍ଥିକ ଏବଂ ଅଣ-ଆର୍ଥିକ ସେବା ପାଇଁ ଗ୍ରାହକଙ୍କୁ ୭୫ ଟଙ୍କା GST ଜମା କରିବାକୁ ପଡ଼ିବ । ଆପଣ ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ୍ ର ରେଜିଷ୍ଟ୍ରସନ୍ ମୋବାଇଲ୍‌ଆପ୍ଲିକେସନ୍‌, ୱେବସାଇଟ୍ କିମ୍ବା କଲ୍‌ସେଣ୍ଟର ମାଧ୍ୟମରେ କରିପାରିବେ । ଏଥିସହ ଟୋଲ୍ ଫ୍ରି ନମ୍ବର ୧୮୦୦୧୧୧୧୦୩ କୁ କଲ୍ କରି ପଞ୍ଜୀକରଣ କରାଯାଇପାରିବ । ଅଧିକ ବିବରଣୀ ପାଇଁ ଗ୍ରାହକ https://bank.sbi/dsb ଉପରେ କ୍ଲିକ୍ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।