You are currently viewing ବାପ ପୁଅଙ୍କ ପରେ ଏବେ ବାପ ଝିଅଙ୍କ ପାଳି

ବାପ ପୁଅଙ୍କ ପରେ ଏବେ ବାପ ଝିଅଙ୍କ ପାଳି

  • Post category:ଓଡିଶା
  • Reading time:1 mins read

ପାଟନା ୨୦/୦୫, ସିବିଆଇ ନଜରରୁ ମୁକୁଳିପାରୁନାହାନ୍ତି ବଡବଡିଆ । ଜଣଙ୍କ ପରେ ଜଣେ ନେତା ସିବିଆଇ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଚିଦାମ୍ବରମ ବାପ ପୁଅଙ୍କ ପରେ ଏବେ ସିବିଆଇ ଜାଲରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ ମିଶା ଭାରତୀ । ନିଯୁକ୍ତିରେ ଅନିୟମିତତା ହେତୁ ଲାଲୁଯାଦବଙ୍କ ଘରେ ସିବିଆଇ । ପାଟନା ସ୍ଥିତ ବାସଭବନ ସମେତ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ଲାଲୁ ପ୍ରସାଦ ଏବଂ ତାଙ୍କ ଝିଅଙ୍କ ନାଁରେ ହୋଇଛି ଏଭଳି ଦୁର୍ନୀତି ମାମଲା । ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡି ଓ ଫ୍ଲାଟ ଠକି ନେଇଥବବା ଅଭିଯୋଗ ହୋଇଛି । ୭୩ ବର୍ଷୀୟ ଲାଲ ପ୍ରସାଦ ଯାଦବଙ୍କୁ କିଛିଦିନ ତଳେ ଚାରା ଦୁର୍ନୀତି ମାମଲାରେ ଜାମିନ ମିଳିଥିଲା । ଏହାଛଡା ଦୋରନ୍ଦା ଟ୍ରେଜେରୀ ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ବେଲ ପରେ ଜେଲରୁ ମୁକୁଳିଥିଲେ ଲାଲୁ ଯାଦବ ।

ଅନ୍ୟମାନଙ୍କୁ ଜଣାନ୍ତୁ।