You are currently viewing ଏସିଆ ଓ ଇଣ୍ଡିଆ ବୁକ ଓଫ ରେକର୍ଡରେ ସ୍ଥାନ ପାଇଲେ ଓଡିଶା ପୁଅ ଏନ.ପ୍ରତ୍ୟୁଷ

ଏସିଆ ଓ ଇଣ୍ଡିଆ ବୁକ ଓଫ ରେକର୍ଡରେ ସ୍ଥାନ ପାଇଲେ ଓଡିଶା ପୁଅ ଏନ.ପ୍ରତ୍ୟୁଷ

  • Post category:ଓଡିଶା
  • Reading time:1 mins read

କନ୍ଧମାଳ (ଏଏନଏସ) ୦୮/୧୧:  ଖଡ଼ିରେ ମହାପ୍ରଭୁଙ୍କ ସବୁଠାରୁ ଛୋଟ ରଥ  ତିଆରି କରି ରେକର୍ଡ କଲେ ଓଡିଶା ପୁଅ ଏନ.ପ୍ରତ୍ୟୁଷ ।  ସେ ସାରା ଓଡିଶା ପାଇଁ ଗର୍ବ ଆଣିଛନ୍ତି ।ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାର ନଦୀଖଣ୍ଡି ସାହିର ପ୍ରତ୍ୟୁଷ କୁମାର ଚୌଧୁରୀ ଖଡି ପଥର ରେ ୧.୯ ସେମି ଉଚ୍ଚ ଓ ୨.୫ ସେମି ଲମ୍ବ ର ଏକ ରଥ ନିର୍ମାଣ କରି ଏସିଆ ବୁକ୍ ଅଫ୍ ରେକର୍ଡସ ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ।

ଏହି ରଥ ଆଜି ଏସିଆ ମହାଦେଶ ଓ ଭାରତ ର ସବୁଠାରୁ ଛୋଟ ରଥ ଭାବେ ପ୍ରମାଣିତ ହୋଇଛି । ଏଥି ପାଇଁ ଏସିଆ ବୁକ ଓଫ ରେକର୍ଡ ପକ୍ଷରୁ ତାଙ୍କୁ ଗତ ଅଗଷ୍ଟ ୧୨ ତାରଖରେ ସମ୍ମାନିତ କରାଯାଇଥିଲା । ପ୍ରତ୍ୟୁଷଙ୍କର ଏହି କୃତିତ୍ଵରେ ଜିଲ୍ଲାପାଳ ତାଙ୍କୁ  ଶୁଭେଚ୍ଛା ଜଣାଇବା ସହ ପୁରସ୍କୃତ କରିଛନ୍ତି । ପୁଅର ଏହସଫଳତା କୁ ନେଇ ପରିବାରରେ ଖୁସୀର ଲହରୀ ଖେଳିଯାଇଛି । ଏହାସହ ପ୍ରତ୍ୟୁଷ ଆଗକୁ ଲିମିକା ବୁକ ଓଫ ରେକର୍ଡରେ ସ୍ଥାନ ପାଇବାକୁ ସେ ଆଶା ରଖିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।