You are currently viewing ଆସନ୍ତାକାଲି ଓଡିଶା 6 ଘଣ୍ଟିଆ ବନ୍ଦ ଡାକରା

ଆସନ୍ତାକାଲି ଓଡିଶା 6 ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ବର – ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ସହ ଏଲପିଜି ଗ୍ୟାସ ଦର ବଢିବାରେ ଲାଗିଛି । ଏନେଇ ଚିନ୍ତାରେ ସାଧାରଣ ଜନତା । ଏହାକୁ ପ୍ରତିବାଦ କରି ଆସନ୍ତା କାଲି କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏନେଇ ସକାଳ 7 ଟାରୁ ଦିନ 1 ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି କଂଗ୍ରେସ ।

ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ ଏଥିରୁ ବାଦ୍ ପଡ଼ିବ । ସେହିଭଳି ବିବାହ ପାଇଁ ଯାଉଥିବା ଗାଡ଼ି କିମ୍ବା ଶବ ସତ୍କାର ପାଇଁ ଯାଉଥିବା ଗାଡ଼ିକୁ ଏଥିରୁ ବାଦ ଦିଆଯିବ । ସାଧାରଣ ଲୋକଙ୍କର ଯେପରି ଅସୁବିଧା ହେବନି ତା’ଉପରେ ଧ୍ୟାନ ଦିଆଯିବ ଏବଂ ଶାନ୍ତିପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯିବ ବୋଲି ପିସିସି ସଭାପତି କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।