You are currently viewing ଓଡିଶା ପତ୍ରକାର ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡିଶା ପତ୍ରକାର ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

ରାୟଗଡ଼ା(ଏଏନଏସ) ୨୦.୧୨.୨୦୨୧, ଓଡ଼ିଶା ପତ୍ରକାର ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାୟଗଡା ସ୍ଥିତ ହୋଟେଲ ସତ୍ୟମ୍ ରେସିଡେନ୍ସୀ ସମ୍ମିଳନୀ କକ୍ଷରେ ରାଜ୍ୟ ସଭାପତି ଅବିନାଶ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆୟୋଯିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ, ଅନୁସୂଚୀତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିକାଶ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ହୃଦଙ୍ଗମ କରିବା ସହ ରାଜ୍ୟ ସରକାରଙ୍କ ନଜରକୁ ଆଣି ତାହାର ଆସୁ ସମାଧାନ କରିବା ତଥା ସାମ୍ବାଦିକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ନିଜ ବକ୍ତବ୍ୟରେ କହିଥିଲେ । ଶ୍ରମିକ ନେତା ଶ୍ରୀଯୁକ୍ତ ମହେନ୍ଦ୍ର ପରିଡା ମୁଖ୍ୟ ବକ୍ତା ରୂପେ ଯୋଗଦେଇ ନିଜ ଭାଷଣରେ କହିଥିଲେ ସାମ୍ବାଦିକଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇଦେବା, ପେନସନ ପ୍ରଦାନ କରିବା ଇତ୍ୟାଦି ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ମହୋଦୟ ଯୋଗଦେଇ ଗ୍ରାମାଞ୍ଚଳର ସାମ୍ବାଦିକଙ୍କ ସମସ୍ୟା ଓ ସରକାରଙ୍କ ଦୂରଦୃଷ୍ଠି ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଗଦେଇ ସାମ୍ବାଦିକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ସେସମ୍ପର୍କରେ ନିଜ ବକ୍ତବ୍ୟରେ କହିଥିଲେ । ସଭା କାର୍ଯ୍ୟ ଆରମ୍ଭରେ ଅତିଥି ଗଣ ଠାକୁରଙ୍କ ଫଟୋ ଚିତ୍ରରେ ଧୂପଦ୍ୱିପ ଓ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏବଂ ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।


ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ଓଡିଶାର ବିଭିନ୍ନ ଜିଲ୍ଲା ଓ ରାୟଗଡା ଜିଲ୍ଲାର କେତେକ ବରିଷ୍ଠ ଓ ଅଗ୍ରଣୀ ସାମ୍ବାଦିକଙ୍କୁ ଓଡିଶା ପତ୍ରକାର ସଂଘର ୧୨ ତମ ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧନା କରାଯାଇଛି । ପୁରୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା, ରାୟଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯୋଗେଶ୍ୱର ଦାସ, ବି ଭି. ରାମନା, ଦୈନିକ ସାକ୍ଷୀ ତେଲୁଗୁ ଖବର କାଗଜର ସାମ୍ବାଦିକ, ସିମା ଳ ପଣ୍ଡା, କନକ ନ୍ୟୁଜ, ଗୁରୁ ପ୍ରସାଦ ସାହୁ, ସ୍ମୃତି ରଞ୍ଜନ ମହାନ୍ତି, ଶିବ ନାରାୟଣ ଗୌଡ, କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ. ସକିଲ ଦୋରା, ଭୁବନେଶ୍ୱର ସାମ୍ବାଦିକ ପ୍ରଭାକର ବିଶ୍ୱାଳ, ବଲାଙ୍ଗୀର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜନାବ ଖାନ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡା, ଗଞ୍ଜାମ ଜିଲ୍ଲାର ଚିତରଞ୍ଜନ ମହାପାତ୍ର ଓ ପୁରୀ ଜିଲ୍ଲା ମହିଳା ସାମ୍ବାଦିକା ଜ୍ୟୋତିର୍ମୟୀ ପରିଡାଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଉପୋଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବାର୍ଦ୍ଧିତ କରାଯାଇଛି । ଓଡିଶା ପତ୍ରକାର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାମଦାସ ଲିମା ଅତିଥି ପରିଚୟ ପୂର୍ବକ ମ ପରିଚାଳନା କରିଥିବା ବେଳେ, ରାଜ୍ୟ ଉପସଭାପତି ହର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।