You are currently viewing ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ ଚାମ୍ପିଅନସିପ

କଟକ(ଏଏନଏସ)୨୫.୦୧.୨୦୨୨, ଆଜିଠୁ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ  ଆରମ୍ଭ ହେବ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଏହି ଟୁର୍ଣ୍ଣାମେଣ୍ଟ ଆଜିଠୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୮ ଦେଶରୁ ତିନି ଶହ ଖେଳାଳି ଭାଗ ନେଇଛନ୍ତି । ଓଡ଼ିଶାର ୫ ଜଣ ଖେଳାଳି  ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଖେଳ ପରିଚାଳନା କରିବେ ୨୦୦ ଅଫିସିଆଲ୍ । କୋଭିଡ କଟକଣା ପାଇଁ ବିନା ଦର୍ଶକରେ ବାୟୋ ବବଲରେ ମ୍ୟାଚ ଆୟୋଜନ କରାଯାଇଛି । ଏଥିପାଇଁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପାଞ୍ଚଟି କୋର୍ଟ ପ୍ରସ୍ତୁତ ହୋଇଛି ।ବିଡବ୍ଲ୍ୟୁଏଫ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟରେ ପ୍ରଥମଥର ପାଇଁ ଏପରି ଏକ ସମ୍ମାନଜନକ ଟୁର୍ନାମେଣ୍ଟ ଅୟୋଜନ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ୭୫୦୦୦ ଡଲାର ବା ୫୫.୫୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।