You are currently viewing ଟିକସରୁ ଓଡିଶା ପାଇବ ୫୬,୪୭୩ କୋଟି

ଟିକସରୁ ଓଡିଶା ପାଇବ ୫୬,୪୭୩ କୋଟି

  • Post category:ଓଡିଶା
  • Reading time:1 mins read

ଏଏନଏସ : ୨୦୨୪-୨୫ ବର୍ଷ ପାଇଁ ଆଗତ କେନ୍ଦ୍ର ବଜେଟ୍ରୁ ଓଡିଶା ଟିକସ ଏବଂ ଶୁଳ୍କ ବାବଦରେ ୫୬ହଜାର ୪୭୩ କୋଟି ୭୪ଲକ୍ଷ ଟଙ୍କା ପାଇବ । ଚଳିତ ବଜେଟରେ ଦେଶର ୨୮ଟି ରାଜ୍ୟକୁ ଟିକସ ଓ ଶୁଳ୍କ ବାବଦରେ ମୋଟ ୧୨ଲକ୍ଷ ୪୭ହଜାର ୨୧୧କୋଟି ୨୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ଓଡିଶାର ଅଂଶ ୪.୫୨୮ ପ୍ରତିଶତ ରହିଛି । ଓଡିଶାକୁ. କମ୍‌ାନି ଟିକସରୁ ୧୬୯୫୭କୋଟି ୯୨ଲକ୍ଷ, ଆୟକରରୁ ୧୯୫୩୦ କୋଟି ୬୩ ଲକ୍ଷ , କେନ୍ଦ୍ରୀୟ ଜିଏସଟିରୁ ୧୬୮୭୧ କୋଟି ୬୩ଲକ୍ଷ, ସୀମା ଶୁଳ୍କରୁ ୨୪୯୩ କୋଟି ୩୨ଲକ୍ଷ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ୫୨୫ କୋଟି ୫୬ଲକ୍ଷ, ସେବା ଟିକସରୁ ଏକ କୋଟି ୮୬ଲକ୍ଷ ଓବଂ ଅନ୍ୟାନ ଟିକସ ଓ ଶୁଳ୍କରୁ ୯୨କୋଟି ୮୨ଲକ୍ଷ ଟଙ୍କା ମିଳିବ ବୋଲି ବଜେଟ ଦସ୍ତାବିଜରୁ ଜଣାପଡିଛି ।
୨୦୨୩-୨୪ ବଜେଟରେ ଓଡିଶାକୁ ଏ ବାବଦରେ ୫୦ହଜାର ୧୧କୋଟି ୬୭ଲକ୍ଷ ଟଙ୍କା ମିଳିଥିଲା । ତେଣୁ ଗତ ବଜେଟ ତୁଳନାରେ ଚଳିତ ବଜେଟରେ ୬୪୬୨ କୋଟି ୭ଲକ୍ଷ ଟଙ୍କା ଅଧିକ ମିଳିଛି । କେନ୍ଦ୍ର ସରକାରଙ୍କ ଟିକସ ଓ ଶୁଳ୍କ ରାଜସ୍ୱ ଗତବର୍ଷ ତୁଳନାରେ ୧ଲକ୍ଷ ୪୨ହଜାର ୭୧୭କୋଟି ୫୭ଲକ୍ଷ ଟଙ୍କା ବଢିଥିବାରୁ ଓଡିଶାର ପ୍ରାପ୍ୟ ବଢିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।