You are currently viewing ଆସନ୍ତା ୪ରୁ ଓଜେଇଇ

ଆସନ୍ତା ୪ରୁ ଓଜେଇଇ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଜେଇଇ ପ୍ରବେଶିକା ପରୀକ୍ଷା । ଆସନ୍ତା ୪ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ଯାଏଁ ଚାଲିବ । ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ୧୧ଟା,୨ୟ ସିଟିଂ ପରୀକ୍ଷା ୧୨ଟା୩୦ରୁ ୨ଟା୩୦ ଓ ୩ୟସିଟିଂ ପରୀକ୍ଷା ୪ଟାରୁ ୬ଟା ପର୍ହ୍ୟନ୍ତ ହେବ । ପ୍ରତିଦିନ ୩ଟି ସିଟିଂରେ ପରୀକ୍ଷା ହେବାକେୁ ଥିବାବେଳେ କେବଳ ୭ ତାରିଖରେ ଗୋଟିଏ ସିଟିଂରେ ପରୀକ୍ଷା ହେବ । ୪ ତାରିଖରେ ହେବାକୁ ଥିବା ତିନୋଟିଯାକ ସିଟିଂରେ ଲେଟେରାଲ ଏଣ୍ଟ୍ରି ହେବ । ୫ ତାରିଖ ଦିନ ଏମସିଏ,ଏମଏସସି କମ୍ପ୍ୟୁଟର ସାଇନ୍ସ,ଏମଟେକ୍‌, ଏମଆର୍କ, ଏମ୍‌ଫାର୍ମ ପରୀକ୍ଷା ହେବ । ସେହିପରି ୬ ତାରିଖରେ ଏମବିଏ,ଲାଟେରାଲ ଏଣ୍ଟ୍ରି ଫାର୍ମ, କି ବ୍ୟାଟ ପରୀକ୍ଷା ହେବ । ୭ ତାରିଖରେ ଇଣ୍ଟିଗ୍ରେଟେଡ୍ ଏମ୍‌ବିଏ ଓ ଶେଷରେ ୮ ତାରିଖ ଦିନ ଫାର୍ମ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟରୁ ନିଜ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ପ୍ରଫେସର ସୁଦୀପ କୁମାର ଚାନ୍ଦ ।

ଅନ୍ୟମାନଙ୍କୁ ଜଣାନ୍ତୁ।