You are currently viewing ଓକିଲ ସଂଘର  ସତ୍ୟାଗ୍ରହ

ଓକିଲ ସଂଘର ସତ୍ୟାଗ୍ରହ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୧୨/୧୨, ମାନ୍ୟବର ସୁପ୍ରିମକୋର୍ଟ ଗତ କିଛିଦିନ ପୂର୍ବରୁ ଏକ ରାୟରେ କହିଥିଲେ ଓକିଲ ମାନେ ବାରମ୍ବାର ଧର୍ମଘଟ କରିପାରିବେ ନାହିଁ ଏହାଦ୍ୱାରା କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବହୁ ଅସୁବିଧା ସୃଷ୍ଟି ହେଉଛି । ଯଦି କୌଣସି ଓକିଲ ଏହାକୁ ନ ମାନନ୍ତି ତାଙ୍କର ବାର ସଦସ୍ୟ ଲାଇସେନ୍ସ ରଦ୍ଧ କରାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହାକୁ ବିରୋଧ କରି ରାଜ୍ୟର ସମସ୍ତ ଓକିଲ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ଏଥିରେ ଭଦ୍ରକ ଓକିଲ ସଂଘ ସାମିଲ ହୋଇଛନ୍ତି । ଦେଶର ୧୩୦ କୋଟି ଲୋକଙ୍କ କଥା କହିବା ଉପରେ କୋର୍ଟ ପାବନ୍ଦି ଲଗେଇ ଥିବାରୁ ତାର ପ୍ରତିବାଦରେ ସାରା ରାଜ୍ୟରେ ୫୦ ହଜାର ଓକିଲ ମାନେ ଆଜି ଏକତ୍ରିତ ହୋଇ ସାମ୍ବିଧାନିକ ଅଧିକାର ର ସୁରକ୍ଷା ପାଇଁ ଭଦ୍ରକ କୋର୍ଟ ସମ୍ମୁଖରେ ମାନ୍ୟବର ସୁପ୍ରିମକୋର୍ଟର ନ୍ୟାୟମୁତ୍ତି ଯେଉଁ ଅଗଣତାନ୍ତ୍ରିକ ନ୍ୟାୟ ଦେଇଛନ୍ତି ତାହାକୁ ପ୍ରତିବାଦ କରିବା ସହ ସତ୍ୟାଗ୍ରରେ ବସିଛନ୍ତି । ଯଦି ଦେଶର ସମସ୍ତ ନାଗରିକ ଆନ୍ଦୋଳନ କରିପାରିବେ ତେବେ ଓକିଲମାନେ କାହିଁକି କରିପାରିବେ ନାହିଁ ବୋଲି ପ୍ରଶ୍ନ କରିବା ସହ ଭଦ୍ରକ କୋର୍ଟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଯାହାଦ୍ଵାରା କୋର୍ଟକୁ ଆସିଥିବା ଜଜ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନଥିଲେ ଓକିଲ ମାନେ । ଏହି ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ପାଇଁ ଦୁରଦୁରାନ୍ତରୁ ଆସିଥିବା ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଥିବ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।