You are currently viewing ଚାଷୀଙ୍କୁ ନୂଆଁଖାଇ ଭେଟି; ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

ଚାଷୀଙ୍କୁ ନୂଆଁଖାଇ ଭେଟି; ଆକାଉଣ୍ଟକୁ ଯିବ କାଳିଆ ଟଙ୍କା

ଏଏନ୍ଏସ: ଚାଷୀଙ୍କୁ ନୂଆଁଖାଇ ଭେଟି। ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା। ପବିତ୍ର ନୂଆଖାଇ ଅବସରରେ ରବି ଫସଲ ପାଇଁ ଚାଷୀ ଭାଇ ଭଉଣୀଙ୍କୁ ଏବର୍ଷର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୦୦ କୋଟି ଟଙ୍କାର ସହାୟତା ରାଶି ଦିଆଯିବ। ଏହାଦ୍ବାରା ୪୪ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାର ଉପକୃତ ହେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।