You are currently viewing ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ ,୩ ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣେ ମୃତ ,୩ ଗୁରୁତର

  • Post category:ଓଡିଶା
  • Reading time:1 mins read

ଟାଙ୍ଗୀ(ଏଏନଏସ) ୦୨/୧୨:  ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।   ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଗ୍ରାମ ଚୁଆଟାଙ୍ଗି ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ  ଗତକାଲି ରାତ୍ରି ଭୋଜନକରି  ଶୋଇଥିବା ବେଳେ ରାତି ପ୍ରାୟ ୩ଟା ୪ଟା ବେଳେ ସମସ୍ତଙ୍କର ଦେହ ହଠାତ ଅସୁସ୍ଥ ହୋଇପଡିଥିଲା ଏବଂ ଝାଡା-ବାନ୍ତି ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୭ ବର୍ଷର ନାବାଳକ ବସନ୍ତ ପାତ୍ରଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥନାନ୍ତର କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।